କ୍ଲିନିକକୁ ସିଲ କଲା ପ୍ରଶାସନ

କ୍ଲିନିକକୁ ସିଲ କଲା ପ୍ରଶାସନ

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ରହିଥିବା ଏକ ବେଆଇନ କ୍ବାକ କ୍ଲିନିକକୁ ସିଲ କରିଛି ଦାରିଙ୍ଗବାଡ଼ି ପ୍ରଶାସନ । ଦାରିଙ୍ଗବାଡ଼ି ବ୍ଲକ ରୋଡରେ ରହିଥିବା ଉକ୍ତ କ୍ବାକ କ୍ଲିନିକ ଉପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ,ଥାନା ଅଧିକାରୀ ଓ ମେଡ଼ିକାଲ ଇନଚାର୍ଜଙ୍କ ମିଳିତ ଭାବେ ଚଢ଼ାଉ କରି କ୍ଲିନିକକୁ ସିଲ କରିଥିବା ଦେଖିବାକୁ ମିଳିଛି । ଉକ୍ତ କ୍ଲିନିକରେ ଲୋକଙ୍କୁ ଜର,ଥଣ୍ଡା କିମ୍ବା କାଶ ହେଲେ କୋଭିଡ଼ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ନିଜ କ୍ଲିନିକରେ ମନଇଛା ରୋଗୀଙ୍କୁ ସାଲାଇନ,ମେଡ଼ିସିନ ଦେଇ ଲୋକଙ୍କୁ ଚିକିତ୍ସା କରୁଥିଲେ । ଏପରିକି ଉକ୍ତ କ୍ଲିନିକରେ ଚିକିତ୍ସା କରୁଥିବା କ୍ବାକ କୌଣସି ଡାକ୍ତର ପାଠ କିମ୍ବା ଫାର୍ମାସି କରିନଥିବା ପ୍ରାଥମିକ ତଦନ୍ତର ଜଣାପଡ଼ିଛି । ଉକ୍ତ କ୍ୱାକ ଜଣକ ହେଲେ ପଶ୍ଚିମବଙ୍ଗ ଅଂଚଳର ପ୍ରସିତ ସମାଜ ପାତ୍ର । ଏହି କ୍ଲିନିକକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।