ବେନିୟମ ଭାବେ ଚାଲିଥିବା ପାଥୋଲୋଜିକୁ ସିଲ୍ କଲା ପ୍ରଶାସନ

ବେନିୟମ ଭାବେ ଚାଲିଥିବା ପାଥୋଲୋଜିକୁ ସିଲ୍ କଲା ପ୍ରଶାସନ

କେସିଙ୍ଗା,୨୭/: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ବିନାୟକ ନାମକ ଏକ ପାଥୋଲୋଜି ବେନିୟମ ଭାବେ ଚାଲୁଥିବା ନେଇ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଥିଲା ଯାହାକି ଉକ୍ତ ପାଥୋଲୋଜିର ଲାଇସେନ୍ସ ନଥିବା ବେଳେ ବିନା ଲାଇସେନ୍ସରେ ଦୀର୍ଘ ଦିନ ହେଲା ପାଥୋଲୋଜି ଚାଲୁଥିବା ନେଇ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲା ଫଳରେ ପ୍ରଶାସନ ପକ୍ଷରୁ ଆଜି ଉକ୍ତ ପାଥୋଲୋଜିକୁ ସିଲ୍ କରାଯାଇଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ମାଜିଷ୍ଟ୍ରେଟ ଭାବରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ନିଜ ଟିମ୍ କୁ ଧରି ବେନିୟମ ଭାବେ ଚାଲୁଥିବା ବିନାୟକ ପାଥୋଲୋଜିକୁ ପହଞ୍ଚିଥିଲେ କେସିଙ୍ଗା ଆଦର୍ଶ ଥାନାର ଆଇଆଇସି ଅଶୋକ କୁମାର ମହାପାତ୍ର, ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅଭିନାଶ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ବିନାୟକ ପାଥୋଲୋଜିକୁ ସିଲ୍ କରାଯାଇଛି