ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ

ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୧୭: ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ ଶ୍ରୀ ମହାନ୍ତିନବରବି ସମ୍ପାଦକ ଥିଲେ ଏହାଛଡ଼ା ସେ ସୂଚନା ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ତାଙ୍କର ଅନ୍ତିମ ସମୟରେ ଦୁଇ ପୁତ୍ର ସତ୍ୟକାମ ମହାନ୍ତି ସବ୍ୟସାଚୀ ମହାନ୍ତି, ଝିଅ ସୋନି ମହାନ୍ତି, ଜ୍ୱାଇଁ ମନୋରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ଶ୍ରୀ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ରାଜନେତା ଶୋକ ସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି