କରୋନା ପାଇଁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

କରୋନା ପାଇଁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃଥୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ଯୋଗୁଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଭକ୍ତଙ୍କ ପାଇଁ କେବଳ ଅନ୍ଲାଇନରେ ଆଳତି ଉପଲବ୍ଧ ହେବ । ଏନେଇ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ସୂଚନା ଦେଇଛନ୍ତି ।ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ । ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ । ହେଲେ ସାଙ୍କେତିକ ପୂଜା ହେବ । ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଅନଲାଇନ୍ ଆଳତୀର ବନ୍ଦୋବସ୍ଥ କରାଯିବ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।