ହସ୍ପିଟାଲରେ ବେଡ୍ ନ ମିଳିବାରୁ ଆମ୍ବୁଲାନ୍ସଟି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଗଲା

ହସ୍ପିଟାଲରେ ବେଡ୍ ନ ମିଳିବାରୁ ଆମ୍ବୁଲାନ୍ସଟି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଗଲା

ନୂଆଦିଲ୍ଲୀ: ଶନିବାର ଦ୍ବିପ୍ରହରରେ ସୁନୀଲ କାଶ୍ମୀର ଗେଟ୍ ନିକଟରେ ଜଣେ ମହିଳା ଆମ୍ବୁଲାନ୍ସ କର୍ମଚାରୀଙ୍କ ସାମ୍ନାରେ ହାତଯୋଡ଼ି କାନ୍ଦୁଥିଲେ ଏବଂ ଆମ୍ବୁଲାନ୍ସ ଭିତରେ ଜଣେ ରୋଗୀ ଥିଲେ। ସେ ସେଠାକୁ ଯାଇ ବୁଝିବାରୁ ଜାଣିବାକୁ ପାଇଥିଲେ ଯେ, ଆମ୍ବୁଲାନ୍ସଟି ଜଶପାଲଙ୍କୁ ସକାଳୁ ୫ଟି ହସ୍ପିଟାଲକୁ ନେଇ ଯାଇଥିଲା। କିନ୍ତୁ କୌଣସି ହସ୍ପିଟାଲରେ ବେଡ୍ ମିଳି ନ ଥିଲା। ତେଣୁ ସେ ଜଣେ ରୋଗୀଙ୍କୁ ଏତେ ସମୟ ଦେଇପାରିବ ନାହିଁ ବୋଲି କହି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଉଥିଲା।ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ୭ ଘଣ୍ଟା ଧରି ୫ଟି ହସ୍ପିଟାଲ ବୁଲିଲା। କିନ୍ତୁ କୌଣସି ହସ୍ପିଟାଲରେ ବେଡ୍ ନ ମିଳିବାରୁ ଆମ୍ବୁଲାନ୍ସଟି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛି।ରୋଗୀଙ୍କ ସ୍ତ୍ରୀ ଏବଂ ଝିଅ ଅନେକ ଗୁହାରି କରିବା ପରେ ବି ଆମ୍ବୁଲାନ୍ସ କର୍ମଚାରୀମାନେ କିଛି ଶୁଣି ନ ଥିଲେ। ବରଂ କହିଥିଲେ ଜଣେ ରୋଗୀଙ୍କୁ ଏତେ ସମୟ ଦେଇହେବ ନାହିଁ। ସେଣ୍ଟର ଫର ହୋଲିଷ୍ଟିକ ଡେଭେଲପମେଣ୍ଟର କାର୍ଯ୍ୟକାରୀ ନିର୍ଦେଶକ ସୁନୀଲ କୁମାର ଅଲେଡିଆ ଏ ସମ୍ପର୍କରେ ଜାଣିବା ପରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲେ।