କମଳା ଚୋପା ର ଉପକାରିତା

କମଳା ଚୋପା ର ଉପକାରିତା

କମଳା ଚୋପା ଗୁଣ୍ଡରେ ମୁଲତାନୀ ମାଟି କଂଚା କ୍ଷୀର ମିଶାଇ ଏହାର ମିଶ୍ରଣକୁ ତ୍ୱଚାରେ ଲଗାଇବା ଫଳରେ, ସନ୍ ଟ୍ୟାନ୍ ଦୂର ହୋଇଥାଏ ଖରାରୁ ଆସିବା ପରେ ଏହି ପ୍ୟାକ୍ ତ୍ୱଚାରେ ଲଗାଇପାରିବେ

କମଳା ଚୋପା ଗୁଣ୍ଡରେ ଟମାଟୋ ରସ ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରିବେ ଏହି ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିବାରେ ଏହା ସାହାଯ୍ୟ କରେ

କମଳା ଚୋପା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହାର ଗୁଣ୍ଡ ନେଇ ସେଥିରେ ବେସନ୍,ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି, ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୨୦ ରୁ ୨୫ ମିନିଟ ଯାଏଁ ରଖିବା ପରେ, ନଖ ଉଷୁମ୍ ପାଣିରେ ତ୍ୱଚାକୁ ଧୋଇ ସଫା କରିବେ ନିୟମିତ ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ

ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ, କମଳା ଚୋପା ଗୁଣ୍ଡରେ ନଡିଆ ତେଲ କ୍ଷୀର ମିଶାଇ ତ୍ୱଚାରେ ଲଗାଇ ଶୁଖିବା ପରେ ତ୍ୱଚା ଧୋଇବେ ଏହି ପ୍ୟାକ୍ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରେ