ଭୁବନେଶ୍ୱର ୩୧।୦୩: ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ । ଆଉ ଏଥିଲାଗି ସବୁ ପ୍ରମୁଖ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ତିନି ପ୍ରମୁଖ୍ୟ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି । ଆଜି ଠାରୁ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ ବିଜେଡ଼ି ନିଜ ପିପିଲି ଗଡ଼ ବଜାୟ ରଖିବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ।
ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ତାର ଦଳର ୪ ଜଣ ବରିଷ୍ଠ ନେତାଙ୍କୁ ପରିଚାଳନା ଦାୟିତ୍ୱ ଦେଇଛି । ଏହି ଚାରିଜଣଙ୍କ ମଧ୍ୟରେ ଦେବୀ ମିଶ୍ର, ସଂଜୟ ଦାଶ ବର୍ମା, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ରହିଛନ୍ତି । ଏହି ସମସ୍ତ ନେତା ପିପିଲିରେ ରହି ଦଳର ଉପନିର୍ବାଚନା ପରିଚାଳନାରେ ସହଯୋଗ କରିବେ ଏବଂ ତଦାରଖ ମଧ୍ୟ କରିବେ ।
ସୂଚନାଯୋଗ୍ୟ ଯେ, ପିପିଲି ଆସନକୁ ବିଜେଡ଼ିର ଗଡ଼ ବୋଲି କୁହାଯାଏ । ଦିବ୍ୟଙ୍ଗତ ବିଜେଡ଼ି ନେତା ପ୍ରଦୀପ ମହାରଥୀ ଏହି ଆସନରୁ ବିଜୟୀ ହେଉଥିଲା । ତେବେ ତାଙ୍କର ଅକଳା ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି