ସ୍ବାସ୍ଥ୍ୟ ସେବା ଗ୍ରାମାଭିମୁଖୀ କରିବା ପାଇଁ ବିଜେପି ଦାବି କରୁଛି

ସ୍ବାସ୍ଥ୍ୟ ସେବା ଗ୍ରାମାଭିମୁଖୀ କରିବା ପାଇଁ ବିଜେପି ଦାବି କରୁଛି

ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆଉ ସରକାର ଜାଣିପାରୁନାହାନ୍ତି । ତେଣୁ ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଦରକାର । ଏବଂ ଯେଉଁଭଳି ଭାବେ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷଣା କରିଛନ୍ତି । ଯେଉଁଥିପାଇଁ ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରି ଆସୁଛନ୍ତି । ଏବଂ ସେମାନେ ଘରକୁ ଆସିବା ପରେ ସଂକ୍ରମଣ ବଢ଼ି ଚାଲିଛି । ସେଥିପାଇଁ ପଞ୍ଚାୟତ ସ୍ତରରେ ଗତବର୍ଷ ଯେମିତି ଟିଏମସି ଓ ଅସ୍ଥାୟୀ କ୍ୱାରେଣ୍ଟିନ ସେଣ୍ଟର ମାନ ଯେମିତି ଖୋଲାଯାଇଥିଲା । ଏହାସହ ଔଷଧ ଦେବା ପାଇଁ ଯେପରି ବ୍ୟବସ୍ଥା ହୋଇଥିଲା । ସେହି ବ୍ୟବସ୍ଥାକୁ ପୁନର୍ବାର କରାଯିବାର ଆବଶ୍ୟକତା ଅଛି । ଏହାସହ କୋଭିଡ କ୍ରାଏସେସ୍ ମ୍ୟାନେଜମେଣ୍ଟ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ, ଗାଁରେ, ଆଶା କର୍ମୀ ଓ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ଓ ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ଵ୍ୟକ୍ତି ଙ୍କୁ ନେଇ କ୍ରାଏସେସ୍ ମ୍ୟାନେଜମେଣ୍ଟ ଟିମ ତିଆରି କରନ୍ତୁ । କେମିତି କୋଭିଡ ମ୍ୟାଜେମେଣ୍ଟ ଠିକ୍ ଭାବେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନିଅନ୍ତୁ । ସରକାର ଭୁଲନ୍ତୁ ନାହିଁ ଯେ କରୋନା ସଂକ୍ରମଣ ଧିରେ ଧିରେ ଗ୍ରାମାଭିମୁଖୀ ହୋଇଚାଲିଛି । ତେଣୁ ସ୍ବାସ୍ଥ୍ୟ ସେବା ମଧ୍ୟ ଗ୍ରାମାଭିମୁଖୀ କରିବା ପାଇଁ ବିଜେପି ଦାବି କରୁଛି ।