ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ କେନ୍ଦ୍ରସରକାର ଘୋଷଣା କଲେ

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ କେନ୍ଦ୍ରସରକାର ଘୋଷଣା କଲେ

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି ତାହା ହେଉଛି ବ୍ଲାକ୍ ଫଙ୍ଗସ୍ ଏହାର ମୁଖ୍ୟ କେତୋଟି ଲକ୍ଷଣ ହେଉଛି; ଠିକ୍ ଭାବେ ଦେଖା ନଯିବା, ଛାତିରେ ଯନ୍ତ୍ରଣା ହେବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଏବଂ ନାକ ଲାଲ ପଡିଯିବା ଇତ୍ୟାଦି ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁମହାମାରୀଭାବେ ଘୋଷଣା କରାଯାଇଛି ସଂକ୍ରାନ୍ତରେ ସବୁ ରାଜ୍ୟର ସଚିବ ଏନଏଚଏମ୍ ନିର୍ଦ୍ଦେଶକ ମାନଙ୍କୁ କେନ୍ଦ୍ର ପକ୍ଷରୁ ଚିଠି କରାଯାଇଛି ଉକ୍ତ ଚିଠିରେ ବ୍ଲାକ୍ ଫଙ୍ଗସ୍ କୁ ଏକ ମହାମାରୀ ଭାବେ ଦର୍ଶାଯାଇଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମିକୋସିସ୍ ଚିକିତ୍ସା ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ଯେଉଁ ହସ୍ପିଟାଲରେ ସନ୍ଦିଗ୍ଧ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେ ସମ୍ପର୍କରେ ସୁଚନା ଦେବାକୁ କୁହାଯାଇଛି ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗକୁ ରୋଗୀଙ୍କ ବିସ୍ତୃତ ବିବରଣୀ ଜଣାଇବେ ସିଡିଏମଓ ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି ତେବେ ଡାଇବେଟିସ୍ କୋଭିଡ୍ ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଅପରପକ୍ଷରେ ଆଖି, ସ୍ନାୟୁ ଦନ୍ତ ଚିକିତ୍ସକଙ୍କ ମିଳିତ ପ୍ରୟାସ ଆବଶ୍ୟକ ହୁଏ ବିଶେଷ କରି ଏହି ସଂକ୍ରମଣ କୋଭିଡ୍ ରୁ ସୁସ୍ଥ ହେବା ପରେ ହୋଇଥାଏ ପ୍ରଥମତଃ ରାଜସ୍ଥାନରେ ଏହାକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟ ପାଇଁ ଏହା ଏକ ମହାମାରୀ ବୋଲି ଘୋଷଣା କରାଯାଇଛି ବର୍ତ୍ତମାନ ସୁଦ୍ଧା ଦେଶର ଅଧିକାଂଶ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇସାରିଛନ୍ତି ଯେପରି କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର, ଓଡିଶା ଇତ୍ୟାଦି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି ଏହି ଭାଇରସ୍ ବାୟୁମଣ୍ଡଳରେ ସକ୍ରିୟ ରହୁଥିବାରୁ ଏହା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି