କୋଭିଡ୍ ପରିଚାଳନା ପାଇଁ ଆହୁରି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋଭିଡ୍ ପରିଚାଳନା ପାଇଁ ଆହୁରି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ତତ୍ପରତା ପ୍ରକାଶ କରିଛନ୍ତି । କେବଳ ରାଜଧାନୀରେ ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଅର୍ଥ ମଞ୍ଜୁର କରିଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ମହାନିଗମ ଅଞ୍ଚଳରେ କୋଭିଡ୍ ମୁକାବିଲା ପାଇଁ ବିଏମସିକୁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି । ପୂର୍ବରୁ ମହାନଗର ନିଗମକୁ ୭୭ କୋଟି ଟଙ୍କା ଦିଆଯାଇଥିଲା । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍ ହସ୍ପିଟାଲ ରହିଛି । ସେହିପରି ରୋଗୀ ସଂଖ୍ୟା ମଧ୍ୟ ଏଠାରେ ଅଧିକ । ସାରା ରାଜ୍ୟବାସୀ ରାଜଧାନୀ ଉପରେ ପ୍ରାୟତଃ ନିର୍ଭର କରୁଛନ୍ତି । ତେଣୁ ସୁଚାରୁ ରୂପେ କରୋନା ମୁକାବିଲା କରିବା ପାଇଁ ମହାନଗର ନିଗମକୁ ଏହି ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।