ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି ଏବେ ବାତ୍ୟା ୟାସ ଏକ ଚ୍ୟାଲେଞ୍ଜ ସୃ୍ଷ୍ଟି କରିଛି ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କରୋନାର ମୁକାବିଲା କରିବାକୁ ହେବ ।୨ଟି ଯାକ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ନିରାପଦ ସ୍ଥାନକୁ ଯିବାକୁ ଲୋକଙ୍କୁ ଦେଲେ ପରାମର୍ଶ ।ଯେଉଁଠି ଆଶ୍ରୟ ନେଲେ ବି ୨ଟି ମାସ୍କ ପିନ୍ଧିବାକୁ ନବୀନଙ୍କ ପରାମର୍ଶ । SHG ଜରିଆରେ ମାସ୍କ ଯୋଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ବାତ୍ୟା ପରେ ବି କୋଭିଡ ପାଇଁ ସତର୍କ ରହିବାକୁ କହିଲେ ନବୀନ ।