ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ ନିଷ୍ପତ୍ତି
ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ ନିଷ୍ପତ୍ତି
ଭୁବନେଶ୍ୱର: ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ ନିଷ୍ପତ୍ତି । ବୁଧବାର ଓଡିଶା ସରକାର ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର କିମ୍ବା ସିଲିଣ୍ଡରରେ ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିରୁ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ଏହି ଆଦେଶ ଜୁଲାଇ ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ।ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର (ସିଭିସି) କୁ ମେଡିକାଲ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ଏହାପୂର୍ବରୁ ମେ ୮ ରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜାରେ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରୁଥିବା ଯାନ ପାଇଁ ଉପଭୋକ୍ତା ଶୁଳ୍କ ଛାଡ କରିଥିଲା ।