ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ଅନ୍ତିମସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଲା ଚମତ୍କାର

ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ଅନ୍ତିମସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଲା ଚମତ୍କାର

ଚଣ୍ଡୀଗଡ଼: ଦିଲ୍ଲୀରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ପରିଜନ ଯେତେବେଳେ ତାଙ୍କୁ ଘରକୁ ଆଣିଥିଲେ ଓ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଚଲାଇ ଥିଲେ ଏହି ସମୟରେ ଛୁଆଟିର ନିଃଶ୍ୱାସପ୍ରଶ୍ୱାସ ଚାଲିଥିବା ଦେଖିବାକୁ ମିଳିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ। ପୁଅକୁ କୋଳରେ ଧରି ମୁଣ୍ଡ ଆଉଁସି କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲା ମା’। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହେଲେ ହଠାତ୍ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କୁ ତାଜୁବ କରିଥିଲା। ଯେଉଁ ଛୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ହଠାତ୍ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ ଲାଗିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ହସ୍ପିଟାଲ୍ ନେଇଥିଲେ ଓ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ବହାଦୁରଗଡ଼ରେ ରହୁଥିବା ହିତେଶଙ୍କ ପୁଅ ଟାଇଫଏଡ୍ ଯୋଗୁ ଅସୁସ୍ଥ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ମେ’ ୨୬ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କୁ ଧରି ଘରେ ପହଞ୍ଚିଥିଲେ ଓ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଲାଇ ଥିଲେ। ପୁଅକୁ କୋଳରେ ଧରି ମୁଣ୍ଡ ଆଉଁସି କାନ୍ଦି କାନ୍ଦି ଭୂଇଁରେ ଲୋଟୁଥିଲା ମା’। କାନ୍ଦି କାନ୍ଦି କହୁଥିଲା ମୋ ଧନ ଫେରିଆ…ଉଠିଯା ମୋ ଧନ…। ଏହି ସମୟରେ ହଠାତ୍ ଶିଶୁଟିର ନିଃଶ୍ୱାସପ୍ରଶ୍ୱାସ ଚାଲିଥିଲା। ଏହାଦେଖି ପରିବାର ଲୋକ ଶିଶୁଟିକୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ଶିଶୁଟି ବଞ୍ଚିବା ଆଶା କ୍ଷୀଣ ବୋଲି ଡାକ୍ତର କହିଥିଲେ। କିନ୍ତୁ ଶିଶୁଟିର ଚିକିତ୍ସା କରିବା ଲାଗି ପରିବାର ଲୋକ ଡାକ୍ତରଙ୍କୁ କହିଥିଲେ। ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା ଓ ୨୦ ଦିନ ପରେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ଖାଲି ପରିବାରରେ ନୁହେଁ ପୁରା ଗାଁରେ ଖୁସିର ମାହୋଲ ଖେଳି ଯାଇଥିଲା। ଭଗବାନଙ୍କ ଚମତ୍କାର ଯୋଗୁ ପୁଅକୁ ଫେରି ପାଇଥିବା ପରିବାର ଲୋକ କହିଛନ୍ତି। ଅନ୍ୟପକ୍ଷେ, ଶିଶୁଟିକୁ ମୃତ ଘୋଷିତ କରିଥିବା ଡାକ୍ତରଙ୍କ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।