ଡାକ୍ତର ମୃତ ଘୋଷଣା କରିଥିଲେ, ଜୁଇରେ ଜଳିବା ପୂର୍ବରୁ ଫେରିଆସିଲା ଜୀବନ, ପରେ ପୁଣି…

ଡାକ୍ତର ମୃତ ଘୋଷଣା କରିଥିଲେ, ଜୁଇରେ ଜଳିବା ପୂର୍ବରୁ ଫେରିଆସିଲା ଜୀବନ, ପରେ ପୁଣି…

ରାଇପୁର ୨୯/:  ଡାକ୍ତର ମୃତ ଘୋଷଣା କରିବା ପରେ ବଞ୍ଚିଗଲେ ବୃଦ୍ଧା ଜୁଇରେ ଜଳିଯିବା ଆଗରୁ ବୃଦ୍ଧା ଉଠିପଡ଼ିଥିଲେ କଥାରେ ଅଛିଦଣ୍ଡେ ନିମିଷେ ଥିଲେ ପ୍ରାଣ, ନନେଇ ପାରେ ଜନ୍ତୁରାଣ ଏହା ପଛରେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରାଯାଉଛି ଡାକ୍ତରଖାନାରେ ବୃଦ୍ଧାଙ୍କୁ ପରୀକ୍ଷା ନକରି ଡାକ୍ତର ମୃତ ଘୋଷଣା କରିବା ପରେ ସେ ଜୁଇରୁ ଜୀଁ ଉଠିଥିଲେ ଏହି ଘଟଣାଟି ଛତିଶଗଡ଼ ରାଜଧାନୀ ରାଇପୁରରେ ଘଟିଛି ରାଇପୁରର ସବୁଠୁ ବଡ଼ ହସ୍ପିଟାଲ ମେକାହାରାରେ ଡାକ୍ତର ୭୨ ବର୍ଷୀୟା ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ପରେ ପରିବାର ଲୋକେ ଶବ ସତ୍କାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ବୃଦ୍ଧାଙ୍କୁ ଜୁଇରେ ଶୋଆଇବା ପରେ ସେ ଉଠି ପଡ଼ିଥିଲେ ପରେ ପରିବାର ଲୋକେ  ତାଙ୍କୁ ହସ୍ପିଟାଲ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲର ଡାକ୍ତର ଯଦି ପୂର୍ବରୁ ସଠିକ୍ ଭାବେ ଯାଞ୍ଜ କରିଥାନ୍ତେ ତେବେ ବୃଦ୍ଧାଜଣଙ୍କ ବଞ୍ଚିଯାଇଥାନ୍ତେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି