ଡାକ୍ତର ରିସ୍କ ଉଠାଇ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ କରାଇଲେ

ଡାକ୍ତର ରିସ୍କ ଉଠାଇ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ କରାଇଲେ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ କଡ଼ିଗୁଡା ଗାଁର ରଇବାରୀ ଗୌଡ଼ଙ୍କ ପ୍ରସବ ବେଦନା ହେବାରୁ ଗତ ଶନିବାର ରାତି ୯ଟା ସମୟରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ତାଙ୍କର କାଶ, ଥଣ୍ଡା ଜ୍ୱର ଥିବାରୁ ସେଇ ଦିନ ତାଙ୍କର ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ। ରିପୋର୍ଟ କରୋନା ପଜିଟିଭ୍ ଆସିଥିଲାପ୍ରସବ ବେଦନାରେ ଛଟପଟ ହେଉଥିବା ରଇବାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଅକ୍ସିଜେନ୍ ଲେଭଲ୍ ମଧ୍ୟ ଅତି ନିମ୍ନ ସ୍ତରରେ ଥିଲା। କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ, ତାଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବାର ଥିଲା। ହେଲେ ହସ୍ପିଟାଲ୍କୁ ସ୍ଥାନାନ୍ତର ପାଇଁ ସମୟ ଲାଗିବା ଉଭୟ ମା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା।  ଏପରିକି ଅଧା ବାଟରେ ଉଭୟଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାନ୍ତା। କାରଣ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ଏପରି ସ୍ଥିତିରେ ଡାକ୍ତର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଜାରି ରଖିଥିଲେପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ଜଟିଳ ସମସ୍ୟା ଉପୁଜି ଥିବାରୁ ସର୍ଜରୀର ଆବଶ୍ୟକତା ଥିଲା ଏହା ଦେଖି ଡାକ୍ତର ଜନ୍ମେଜୟ ଦାଶ ଡାକ୍ତର ଆର୍ରାମାରାଓ କୌଣସି ବିଳମ୍ବ ନକରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଆରମ୍ଭ କରି ଦେଇଥିଲେ ଡାକ୍ତର ଜନ୍ମେଜୟ ଓ ଡାକ୍ତର ଆର୍ରାମାରାଓଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟାରେ ରଇବାରୀଙ୍କ ନର୍ମାଲ ଡେଲିଭରି କରାଇବାକୁ ସକ୍ଷମ ହୋଇଥିଲେ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ରଇବାରୀ କରୋନା ସଂକ୍ରମିତ ଥିବାରୁ ନବଜାତ ଶିଶୁଟିର କନ୍ୟା କରୋନା ପରୀକ୍ଷା କରାଯିବ ଉଭୟ ମାଓ ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ଆଇସୋଲେସନ୍ୱାର୍ଡରେ ରଖାଯାଇଛି ଉଭୟଙ୍କୁ ଅବଜରଭେସନ୍ରେ ରଖାଯାଇଥିବା ଡାକ୍ତର ଜନ୍ମେଜୟ କହିଛନ୍ତି ଏହି ସଫଳତାର ଶ୍ରେୟ ଡାକ୍ତର ଜନ୍ମେଜୟ ଓ ଡାକ୍ତର ଆର୍ରାମାରାଓ ସେମାନଙ୍କର ଟିମ୍କୁ ଦେଇଛନ୍ତି କରୋନା ପାଇଁ ଧୀରେ ଧୀରେ ମାନବିକତା ହଜି ଯାଉଛି, ସମ୍ପର୍କରେ ପାଚେରୀ ଛିଡା ହେଉଛି  ସେଭଳି ସ୍ଥିତିରେ ଡାକ୍ତର ଜନ୍ମେଜୟ ଓ ଡାକ୍ତର ରାମାରାଓ ଯେଭଳି ଭାବରେ ରିସ୍କ ଉଠାଇ ମହିଳା ଓ ଶିଶୁଟିର ଜୀବନ ବଞ୍ଚାଇଲେ ସେମାନଙ୍କର ଏହି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି