କାଲିଠାରୁ ଆରମ୍ଭ ହେବ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍

କାଲିଠାରୁ ଆରମ୍ଭ ହେବ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ବୁଧବାର ଠାରୁ ପ୍ରଥମ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭ୍ୟାକସିନ୍ ସେଣ୍ଟର ଖୋଲି ମଧ୍ୟ ସାରିଛି । ସେମାନେ ନିଜ ନିଜ ଗାଡିରେ ବସି ଥିବା ଅବସ୍ଥାରେ ହିଁ ଟିକା ନେଇପାରିବେ । ତେବେ ଦ୍ୱାରକା ସ୍ଥିତ ଆକାଶ ସୁପର ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଭେଗାସ୍ ମଲ୍ ରେ ୨୬ ତାରିଖରୁ ଏହି ସେଣ୍ଟର ଆରମ୍ଭ ହେବାକୁ ଯାଉଛି । ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅରବିନ୍ଦ କେଜ୍ରିୱାଲ୍ ଏହି ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ସେଣ୍ଟରର ଉଦଘାଟନ ଆସନ୍ତା କାଲି କରିବେ ।ହସ୍ପିଟାଲ ପକ୍ଷରୁ ଜଣେ ଅଧିକାରୀ ଏହି ସଂକ୍ରାନ୍ତରେ କହିଛନ୍ତି ଯେ, ଆକାଶ ହେଲଥ୍ କେୟାର୍ ସେଣ୍ଟର୍ ରେ ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କୁ କୋଭିସିଲ୍ଟ ଟିକା ଦିଆଯିବ । ଏଥିପାଇଁ ଭ୍ୟାକସିନ୍ ର ୩୦ ହଜାର ଡୋଜ୍ କିଣାଯାଇଛି ।