ଖାପ୍ରାଖୋଳ,୨୭ ।୫: ଉଠାଣିକୁ ଟ୍ରାକ୍ଟର ଚଢୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡିଥିଲା । ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଡ୍ରାଇଭର ରହିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ ହୋଇଯାଇ ଥିବା ଜଣାପଡ଼ିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ଖପ୍ରାଖୋଲ ଥାନା ତେଲେନପାଲି ଗ୍ରାମର ମହାଦେବ ମାଝିଙ୍କ ବନ୍ଧ ନିର୍ମାଣ କାମ ଚାଳିଥିବା ସମୟରେ ଟ୍ରାକ୍ଟର ଭାରସାମ୍ୟ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସନ୍ତୋଷ ମାଝୀ ବୋଲି ଜଣାପଡ଼ିଛି ।ପ୍ରକାଶ ଯେ, ବନ୍ଧ ନିର୍ମାଣ କାମ ପାଇଁ ଜେସିବି ମେସିନ ଓ ଟ୍ରାକ୍ଟର ଲାଗି ମାଟିବୁହା କାମ ଚାଲିଥିଲା । ଏନେଇ ଏକ ମାମଲା ରୁଜୁ କରି ଶବକୁ ଜବତ କରି ଘଟଣାର ତଦନ୍ତ ଚାଲିଥିବା ଓଆଇସି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।