ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଆରମ୍ଭ।

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଆରମ୍ଭ।

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଆରମ୍ଭ। ବଲାଙ୍ଗୀର whatsaap ର ଏକ ଖବରକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଲେ ପ୍ରଶ୍ନ। ଯେଉଁ ସାମ୍ବାଦିକମାନେ ବିଧାନସଭା ବିବରଣୀ ସଂଗ୍ରହ କରିବାକୁ ଆସୁନାହାଁନ୍ତି ସେମାନେ ଭୂଲ ରିପୋର୍ଟିଂ କରିବାରୁ ବାରଣ କରନ୍ତୁ ବୋଲି ବାଚସ୍ପତି ଙ୍କ ନିକଟରେ ଦାବି ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ପ୍ରସଙ୍ଗ। ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ କରାଯାଇଛି। ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି। ସେପଟେ କଂଗ୍ରେସ ସଦସ୍ୟମାନେ ହୋହଲା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭା ରେ ସ୍ଲୋଗାନ ଦେଲେ କଂଗ୍ରେସ ବିଧାୟକ। ଯୋଗୀ ମୋଦି ହାଏ ହାଏ। ଗଣତନ୍ତ୍ର ହତ୍ୟାକାରି ହାଏ ହାଏ। ରାହୁଲ ଗାନ୍ଧୀ ଜିନ୍ଦାବାଦ ସୋନିଆ ଗାନ୍ଧୀ ଜିନ୍ଦାବାଦ କହି ବାଚସ୍ପତିଙ୍କ ପୋଡିଅମ ଆଗରେ ନରବାଜି କରିଥିଲେ। ବାଚସ୍ପତି ଗୃହକୁ 15 ମିନିଟ ପାଇଁ ମୁଲତବୀ କରିଛନ୍ତି। 10 ଟା 40 ରୁ 15 ମିନିଟ ପାଇଁ ଗୃହ ମୁଲତବୀ।

ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସର ହୋହାଲା। ଉତ୍ତରପ୍ରଦେଶ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ପୋଡିଅମକୁ ଚଢିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି। ନରବାଜି ମଧ୍ୟରେ ବିରୋଧୀ ଦଳ ନେତାଙ୍କ କହିବାକୁ ଡାକିଥିଲେ ବାଚସ୍ପତି। ୟୁପିର ଦୁଇ ଦିନର ପୁରୁଣା ଘଟଣା କୁ ନେଇ ବିଧାନସଭା କାର୍ଯ୍ୟକୁ ବ୍ୟାଘାତ କରିବାର କୌଣସି ଆବଶ୍ୟକତା ନାହିଁ। ସଂସଦ ହୋଇଥିଲେ ଏହି ପ୍ରସଙ୍ଗ ଉଠିଥିଲେ ଚାଲିଥାନ୍ତା। କଂଗ୍ରେସ ସମୟରେ ବି ଏମିତି ଘଟଣା ହୋଇଛି। କିନ୍ତୁ ଅଧିକ ନାରାବାଜି ଓ ହଟଗୋଳ ବଢିବାରୁ ଗୃହକୁ ଆଉ 10 ମିନିଟ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି।

11 ଟା 8 ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସମାନ ପ୍ରସଙ୍ଗ ଉଠାଇ ହୋହାଲା ହଟଗୋଲ କରିଥିଲେ। ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଗୃହ 11 ଟା 30 ମିନିଟ ପର୍ଯ୍ୟନ୍ତ ମୁଲତବୀ। ସର୍ବଦଳୀୟ ବୈଠକ ଆରମ୍ଭ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ବୈଠକରେ ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ , କଂଗ୍ରେସ ବିଧାୟକ ଦଳ ନେତା ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ।