ଫ୍ରିଜରେ ପରିବା ରଖିଲେ କ’ଣ ହୋଇଥାଏ

ଫ୍ରିଜରେ ପରିବା ରଖିଲେ କ’ଣ ହୋଇଥାଏ

୧. ଟମାଟୋକୁ ଫ୍ରିଜରେ ରଖିଲେ ଏହା ଅନ୍ୟ ପରିବାକୁ ନଷ୍ଟ କରି ଦେଇଥାଏ। ତେଣୁ ଏହାକୁ ୨–୩ ଦିନରୁ ଅଧ‍କ ରଖିବା ଉଚିତ ନୁହେଁ।

୨. ସୋୟା ଏବଂ ଟମାଟୋ ସସ୍‌କୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ, କାରଣ ଏସବୁକୁ ଫ୍ରିଜରେ ରଖିବା ଦରକାର ପଡ଼େ ନାହିଁ।
୩. କଦଳୀକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହାକୁ ଫ୍ରିଜରେ ରଖିଲେ ଏହା କଳା ପଡିଯାଇଥାଏ ଏବଂ ପାଖରେ ଥିବା ଫଳକୁ ବି କଳା କରି ଦେଇଥାଏ।
୪. କଫିକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହା ଦ୍ୱାରା କଫିର ବାସ୍ନା ନଷ୍ଟ ହୋଇଯାଏ।

୫. ଲେମ୍ବୁରେ ସାଇଟ୍ରିକ ଏସିଡ୍‌ ରହିଥାଏ। ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ଦରକାର ନାହିଁ। ଫ୍ରିଜରେ ରଖିଲେ ଏହା ଶିଘ୍ର ଶୁଖିଯାଏ।
୬. ଡ୍ରାଏ ଫ୍ରୁଟସ୍‌ ଯେପରିକି କାଜୁ , ପେସ୍ତା ବାଦାମ, ବାଦାମ ଓ କିସ୍‌ମିସ୍‌କୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଏ।