୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା

୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା

ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଏପରି ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡର ଅନୁରୋଧ କରିବାକୁ ଟେଣ୍ଡର ଘୁଞ୍ଚିଲା । ଆସନ୍ତା ୪ ତାରିଖରେ ପୁଣି ଥରେ ଟେଣ୍ଡର ଖୋଲିବ । ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ । ଏହି ଟେଣ୍ଡରର ଅବଧି ୬ ମାସ ରହିଛି । ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ପରେ ଏହି ସର୍ତ ସହ ଆଉ କିଛି ସର୍ତକୁ କୋହଳ କରିଥିଲେ ସରକାର । ତେବେ ଟେଣ୍ଡର ଖୋଲିଲା ପରେ ଜଣାପଡିବ, ଟିକା ଦେବା ପାଇଁ କେଉଁ କେଉଁ କଂପାନୀ ଆଗ୍ରହ ଦେଖାଇଛନ୍ତି । ଏବଂ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଅଭାବକୁ ଦୂର କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ସଫଳ ହୋଇ ପାରୁଛନ୍ତି କି ନାହିଁ ।