ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର: ବାତ୍ୟା ୟାସର ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ ।ମେ ୩୧ ଯାଏଁ ରାଜ୍ୟର ସବୁ ସରକାରୀଙ୍କ ଛୁଟି ବାତିଲ ।ବାତ୍ୟାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ଚାଲିଛି ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର।  କୌଣସି କର୍ମଚାରୀ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଅନୁମତିରେ ଅତି ଜରୁରୀ ଥିଲେ କର୍ମଚାରୀ  ଛୁଟି ନେଇପାରିବେ। ଛୁଟିରେ ଥିବା ସମସ୍ତ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ  ବାତ୍ୟା ‘ୟାସ୍’ ସାମୁଦ୍ରିକ ଝଡର ରୂପ ନେଇସାରିଛି। ‘ୟାସ’ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ। ଭଦ୍ରକ କିମ୍ବା ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା କହିଲେ ଏସଆରସି। ବାତ୍ୟା ସମୟରେ ୧୨୦-୧୬୫ କିମି ବେଗରେ ବୋହିବ ପବନ। ଏହାସହ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଏସଆରସି କହିଛନ୍ତି।ସେପଟେ, ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣମାନଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ। ଏପଟେ, ମାଡ଼ି ଆସୁଛି ବାତ୍ୟା। ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ସେ କହିଛନ୍ତି ଯେ, ବାତ୍ୟା ପବନ କମୁ କମୁ କିଛି ଲୋକ ଜେନେରେଟର ଲଗାଇଥାନ୍ତି। ତେଣୁ ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ଲାଗି ବିଦ୍ୟୁତ୍‌ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି ପରାମର୍ଶ ଦେଲେ ଏସଆରସି। ବାତ୍ୟା ପରେ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ କହିଲେ ଏସଆରସି। ଏହାସହ ବାତ୍ୟାରେ ସତର୍କ ରହିବାକୁ କହିଲେ SRC ପ୍ରଦୀପ ଜେନା।