କରୋନା ରୋଗୀଙ୍କ ବିଲ୍ ୩୦ ମିନିଟରେ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କରୋନା ରୋଗୀଙ୍କ ବିଲ୍ ୩୦ ମିନିଟରେ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଅନ୍ୟ ରୋଗୀଙ୍କୁ ଶଯ୍ୟା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। କରୋନା ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହେବାରେ ବିଳମ୍ବ ହେଉଛି। ଏହାର କାରଣ ହେଉଛି ବୀମା କମ୍ପାନୀଗୁଡ଼ିକ ସେମାନଙ୍କ ବିଲ୍‌ ମଞ୍ଜୁର କରିବାରେ ବିଳମ୍ବ କରୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ ଲାଗି ଦିଲ୍ଲୀ ହାଇକୋର୍ଟ ଗୁରୁବାର ବୀମା କମ୍ପାନୀଗୁଡ଼ିକୁ ୩୦ ମିନିଟରୁ ୧ ଘଣ୍ଟା ମଧ୍ୟରେ କରୋନା ରୋଗୀଙ୍କ ବିଲ୍‌ ମଞ୍ଜୁର କରିବାକୁ ନିର୍ଦେଶ ଦେଇଛନ୍ତି। ଯାହା ଫଳରେ ରୋଗୀ ଶୀଘ୍ର ଡିସଚାର୍ଜ ହେବେ ଏବଂ ଅନ୍ୟ ରୋଗୀଙ୍କୁ ତୁରନ୍ତ ଶଯ୍ୟା ମିଳିପାରିବ।