ଶେଷ ଘଣ୍ଟାର ଖେଳ ପାଇଁ ନିୟମ ତିଆରି କଲା ଆଇସିସି

ଶେଷ ଘଣ୍ଟାର ଖେଳ ପାଇଁ ନିୟମ ତିଆରି କଲା ଆଇସିସି

ସାଉଥମ୍ପଟନ ପୂରା ପାଞ୍ଚ ଦିନ ପରେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା  ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲାର ପରିଣାମ ବାହାରି ପାରି ନାହିଁ ସାଉଥମ୍ପଟନର ଏଜିସ ବାଉଲରେ ଖେଳାଯାଉଥିବା ଏହି ମ୍ୟାଚରେ ଦୁଇ ଦିନରୁ ଅଧିକ ସମୟର ଖେଳ ବର୍ଷା ଏବଂ ଖରାପ ଆଲୋକ ଯୋଗୁଁ ବରବାଦ ହୋଇ ସାରିଛି ତେଣୁ ଷଷ୍ଠ ଦିନ ଅର୍ଥାତ ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ ଭାରତ ଦ୍ଵିତୀୟ ଇନିଂସରେ ପର୍ଯ୍ୟନ୍ତ ୩୨ ରନରେ ଆଗୁଆ ରହିଛି ଯଦି ଭାରତ ବୁଧବାର ୧୫୦ ରୁ ୨୦୦ ରନର ଅଗ୍ରଣୀ ନେଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରେ ତେବେ ରିଜର୍ଭ ଡେ ପାଇଁ ଆଇସିସି କିଛି ନିୟମ ନିର୍ଦ୍ଧାରିତ କରିଛି ଏଥିରେ କୁହାଯାଇଛି ଯେ, ଷଷ୍ଠ ଦିନରେ କେତେ ଓଭର ଫିଙ୍ଗାଯିବ ଏବଂ ଶେଷ ଏକ ଘଣ୍ଟାର ଖେଳ କିପରି ହେବଆଇସିସି ନିୟମ ଅନୁଯାୟୀ, ରିଜର୍ଭ ଡେ ପାଇଁ ସର୍ବାଧିକ ସମୟ ୩୩୦ ମିନିଟ୍ କିମ୍ବା ୮୩ ଓଭରର ଖେଳ ହେବ। ଏହା ବ୍ୟତୀତ ଶେଷ ଘଣ୍ଟାର ସମୟକୁ ମ୍ୟାଚ୍ ଅନୁଯାୟୀ ଆଉ ଘଣ୍ଟାଏ ପାଇଁ ବଢାଯାଇପାରେ। ଟେଷ୍ଟ ଚମ୍ପିଆନସିପର ଷଷ୍ଠ ଦିନର ଖେଳ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ। ରିଜର୍ଭ ଡେରେ ସର୍ବାଧିକ ୯୮ ଓଭର ଫିଙ୍ଗା ଯିବାର ସମ୍ଭାବନା ରହିଛି। ଏମିତିରେ ମ୍ୟାଚରେ ଗୋଟିଏ ଦିନ ବି ୯୮ ଓଭର ଖେଳ ହୋଇ ପାରି ନାହିଁଆଇସିସିର ନିୟମ ଅନୁସାରେ, ଅମ୍ପାୟର ରିଜର୍ଭ ଡେରେ ଶେଷ ଘଣ୍ଟାର ଖେଳ ପାଇଁ ସଙ୍କେତ ଦେବେ ମ୍ୟାଚ୍ ଡ୍ର ରହିଲେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷିତ କରାଯିବ ମ୍ୟାଚ ସମୟରେ ଯଦି ଦୁଇ ଦଳକୁ ଲାଗିବ ଯେ, ଏବେ ଆଉ ମ୍ୟାଚର ଫଳାଫଳ ବାହାରି ପାରିବ ନାହିଁ ତେବେ ଦୁଇ ଦଳର ଅଧିନାୟକ ଆପୋଷ ଆଲୋଚନା କରି ମ୍ୟାଚ୍ ଡ୍ର ରଖିବାକୁ ନିଷ୍ପତ୍ତି ନେଇ ପାରିବେ ଭାରତ ପର୍ଯ୍ୟନ୍ତ ୩୨ ରନର ଅଗ୍ରଣୀ ହାସଲ କରିଛି ଏବଂ ହାତରେ ଓ୍ଵିକେଟ୍ ରହିଛି ଷଷ୍ଠ ଦିନର ପ୍ରଥମ ସେସନର ଖେଳ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି