ବାବା ରାମଦେବଙ୍କ ବିରୋଧରେ ଆଇଏମଏ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି

ବାବା ରାମଦେବଙ୍କ ବିରୋଧରେ ଆଇଏମଏ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି

ନୂଆଦିଲ୍ଲୀ ୨୬୦୫: ଆଇଏମଏ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ କହିଛି ଯେ, ଆଇଏମଏ କ୍ରମାଗତ ୧୮ ବର୍ଷ ବୟସରୁ  ଅଧିକ ବର୍ଗର ଲୋକଙ୍କ ଟିକାକରଣ ଉପରେ ଗୁରୁତ୍ଵାରୋପ କରୁଛି। ଭାରତ ସରକାର ମୋଡେର୍ଣ୍ଣ ହେଲ୍ କେୟାରର ପେଶାଦାର ସଂସ୍ଥାଙ୍କ କାରଣରୁ ଆଜି ଭାରତରେ ପ୍ରାୟ ୨୦ କୋଟି ଲୋକଙ୍କ ଟିକାକରଣ ହୋଇ ପାରିଛି। ଖୁବ୍ ଅଳ୍ପ ସମୟରେ ଦୁନିଆରେ ଭାରତରେ ହିଁ ଏତେ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ପାରିଛି ମାନହାନୀ ନୋଟିସ୍ ପଠାଇବା ପରେ ବାବା ରାମଦେବଙ୍କ ବିରୋଧରେ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପତଞ୍ଜଳୀ ମାଲିକ ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଲାଇବାକୁ ଦାବି କଲା ଆଇଏମ ବାବା ରାମଦେବ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ଆଇଏମଏ ଚିଠିରେ ଉଲ୍ଲେଖ କରିଛି ରାମଦେବଙ୍କ ଏମିତି ଭୁଲ୍ ସୂଚନା ଉପରେ ରୋକ୍ ଲଗାଯାଉ ବୋଲି ଆଇଏମଏ ଦାବି କରିଛି ଭ୍ୟାକ୍ସିନର ଦୁଇ ଡୋଜ୍ ନେବା ପରେ ମଧ୍ୟ ୧୦ ହଜାର ଡାକ୍ତର ଲକ୍ଷାଧିକ ଲୋକ ମରିଥିବା ବାବା କହୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି ଆଇଏମଏ ପତଞ୍ଜଳୀ ଯୋଗ ପୀଠର ପ୍ରମୁଖ ସ୍ଵାମୀ ରାମଦେବଙ୍କୁ ମାନହାନୀ ନୋଟିସ୍ ପଠାଇଛି। ନିଜ ବିବାଦୀୟ ମନ୍ତବ୍ୟ ପାଇଁ ୧୫ ଦିନ ଭିତରେ କ୍ଷମା ନମାଗିଲେ ୧୦୦୦  କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରାଯିବ ବୋଲି ଆଇଏମଏ ନୋଟିସ୍ରେ ଉଲ୍ଲେଖ କରିଛି। ଡାକ୍ତର ସଂଗଠନ ଦାବି କରିଛନ୍ତି ଯେ, ରାମଦେବଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲିଖିତ କ୍ଷମା ମାଗିବା ଉଚିତ୍। ଅନ୍ୟତା ତାଙ୍କ ବିରୋଧରେ ଏଫଆଇଆର ଦିଆଯିବ ବୋଲି ଆଇଏମଏ କହିଛି