ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ, ଖେଳିବ ଟେଷ୍ଟ ଓ ଦିନିକିଆ ସିରିଜ୍

ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ, ଖେଳିବ ଟେଷ୍ଟ ଓ ଦିନିକିଆ ସିରିଜ୍

ନୂଆଦିଲ୍ଲୀ ୧୮ ୦୫: କରୋନା କାରଣରୁ ଯେଉଁ ସବୁ ଟୁର୍ଣ୍ଣାମେଂଟ ସ୍ଥଗିତ ରହିଛି ତାହା ଆଗାମୀ ଦୁଇ ବର୍ଷ ମଧ୍ୟରେ ଆୟୋଜନ ହେବ ୨୦୨୩ ସୁଦ୍ଧା ଦୁଇଟି ଟି୨୦ ଏବଂ ଗୋଟିଏ ଦିନିକିଆ ବିଶ୍ୱ କପ୍ ଖେଳାଯିବ ଅନ୍ୟପଟେ ଭାରତୀୟ ଦଳର କାର୍ଯ୍ୟକ୍ରମ ମଧ୍ୟ ବ୍ୟସ୍ତବହୁଳ ରହିବ ଆସନ୍ତା ବର୍ଷ ଦଳର ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଭାରତୀୟ ଦଳ ବର୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପାଇଁ ପ୍ରସ୍ତୁତି ଚଳାଇଛି ଏହାର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଏହା ପରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଂଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ପୁଣି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌, ବର୍ଷର ଶେଷ ଆଡକୁ ଟି୨୦ ବିଶ୍ୱ କପ୍‌, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଏବଂ ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବ ସେହି ପରି ୨୦୨୨ରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି ଦଳ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିବା ବ୍ୟତୀତ ଆଇପିଏଲ୍‌, ଏସିଆ କପ, ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱ କପ୍ ମଧ୍ୟ ଖେଳିବ ଆସନ୍ତା ବର୍ଷ ନଭେମ୍ବର ମାସରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ ଦଳ ଦୀର୍ଘ ସମୟ ପରେ ଏହି ବାଂଲାଦେଶ ଗସ୍ତ କରିବ କ୍ରିକଇନଫୋର ସୂଚନା ଅନୁଯାୟୀ, ଏହି ଗସ୍ତରେ ଭାରତୀୟ ଦଳ ଦୁଇଟି ଟେଷ୍ଟ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ଏହା ପୂର୍ବରୁ ଭାରତ ଦୁଇ ଥର ୨୦୧୪ ଏବଂ ୨୦୧୫ରେ ବାଂଲାଦେଶ ଗସ୍ତ କରିଥିଲା