ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ନୟାଗଡ଼ ଜିଲ୍ଲାର ମନ୍ତ୍ରୀଙ୍କ ହାତ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ସେପଟେ କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତିl ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ବିରୋଧୀ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପରୀ ମୃତ୍ୟୁକୁ ନେଇ ହୁଲସ୍ତୁଲ ବିଧାନସଭା l ହତ୍ୟା ପଛରେ ନୟାଗଡ଼ ଜିଲ୍ଲାର ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ କହିଛନ୍ତି। ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ନୟାଗଡ଼ର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି। ପରୀର ବାପା ମାଆ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି। ସବୁ କାର୍ଯ୍ୟ ବନ୍ଦ କରି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ ବୋଲି ତାରା ଦାବି କରିଛନ୍ତି। ଏହାସହ ପୋଲିସ ନ୍ୟାୟ ଦେଲାନି ବୋଲି ନୟାଗଡ଼ରୁ ଆସି ପ୍ରତିବାଦ କରୁଛନ୍ତି। ତେବେ ଏଥିପାଇଁ ଦାୟୀ କିଏ, ପୋଲିସ କାହିଁକି ଚୁପ୍ ବସିଛି ବୋଲି ତାରା ପ୍ରଶ୍ନ କରିଛନ୍ତି।ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ ରୁଲିଂ ଦେଇଛନ୍ତି ବାଚସ୍ପତି। କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳମାନେ ୪ଟି ପ୍ରସଙ୍ଗ ଉଠାଇଛନ୍ତି। ବାପା, ମା ସୁରକ୍ଷା ବଳୟ ଡେଇଁ ବିଧାନସଭା ସମ୍ମୁଖକୁ ଆସିଛନ୍ତି ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନୟାଗଡ଼ରେ ୩ ମାସ ହେଲା ମାମଲା ହୋଇଛି। ଘଟଣାରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ମଧ୍ୟ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଏ ୪ଟି ପ୍ରସଙ୍ଗରେ କାଲି ବିସ୍ତୃତ ଉତ୍ତର ଦେବେ।

ସେପଟେ ବିଧାନସଭାରେ ଆଜି ପୁଣି ଉଠିଥିଲା ହାଜତ ମୃତ୍ୟୁ ପ୍ରସଙ୍ଗ। ମୁଲତବୀ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଏ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁକୁ ନେଇ ସେ କହିଛନ୍ତି, ରାଜ୍ୟରେ ବ୍ରିଟିଶ ଯୁଗ ଚାଲିଛି । ହାଜତ ମୃତ୍ୟୁ ପାଇଁ ପୁଲିସ ସଂପୂର୍ଣ୍ଣ ଭାବେ ଦାୟୀ ।ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସେ ଦାବି କରିଥିଲେ । ଗୃହରେ ଉତର ରଖିବାକୁ ସେ ଦାବି କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ପୁରୀର ତତକାଳୀନ ଏସପି ଅଖିଳେଶ୍ୱର ସିଂଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ବି ଦାବି କରିଥିଲେ ।ସେପଟେ ଗୃହ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି NHRC ଗାଇଡ଼ଲାଇନ ଅନୁସାରେ ପଦକ୍ଷେପ ନିଆଯାଇଛି। ପୁରୀ ହାଜତ ମୃତ୍ୟୁ ଘଟଣାର ତଦନ୍ତ JMFC ପୁରୀ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ SDJM ପାନପୋଷ କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ, ସରକାର ନିରବଦ୍ରଷ୍ଟା। ଏହି ଶୀର୍ଷକ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରଗରମ ହୋଇଥିଲା ଆଲୋଚନା।