ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ମାଟ୍ରିକ ପରୀକ୍ଷା ବାତିଲ

ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର ୨୧। ୪ : ମାଟ୍ରିକ ପରୀକ୍ଷା ନେଇ ଗତକାଲି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ପରୀକ୍ଷା ବିଷୟରେ ଅଭିଯୋଗ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ସମ୍ପର୍କରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ପରୀକ୍ଷା ହେବ ନା ନାହିଁ ସେ ନେଇ ତର୍ଜମା କରାଯାଉଛି । ଯଦି ପରୀକ୍ଷା ବାତିଲ ହୁଏ, ତେବେ ଛାତ୍ରଛାତ୍ରୀଙ୍କୁ କିପରି ମାର୍କ ଦିଆଯିବ ସେ ନେଇ ବିଚାରବିମର୍ଷ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ । ମାଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ପରିଶେଷରେ ଦୂର ହୋଇଛି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ନାହିଁ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତିରେ ପିଲାଙ୍କର ରେଜଲ୍ଟ ଆସିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।