ମୋବାଇଲ୍ ଚାର୍ଜ କରୁଥିବା ବେଳେ ପାୱାର ବ୍ୟାଙ୍କ୍ ଫାଟି ଯୁବକଙ୍କ ଜୀବନ ଗଲା

ମୋବାଇଲ୍ ଚାର୍ଜ କରୁଥିବା ବେଳେ ପାୱାର ବ୍ୟାଙ୍କ୍ ଫାଟି ଯୁବକଙ୍କ ଜୀବନ ଗଲା

ଉମରିୟା: ମୋବାଇଲ୍ ପାୱାର ବ୍ୟାଙ୍କ ବିସ୍ଫୋରଣ ଯେ ଏତେ ଭୟଙ୍କର ହୋଇପାରେ ତାହା ମଧ୍ୟପ୍ରଦେଶ ଉମରିଆ ଜିଲ୍ଲାରେ ଘଟିଥିବା ଏହି ଘଟଣାରୁ ଜଣାପଡ଼ୁଛି। ଏଠାରେ ଜଣେ ଯୁବକ ମୋବାଇଲ୍‌ ଚାର୍ଜ କରୁଥିବା ସମୟରେ ହଠାତ୍ ପାୱାର ବ୍ୟାଙ୍କଟି ଫାଟିଲା ଯାଇଥିଲା। ଏହି ବିସ୍ଫୋରଣରେ ଘରର ଛପର ଉଡ଼ିବା ସହିତ କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା। ଆଉ ଯୁବକଙ୍କର ଅବସ୍ଥା ଯେ ଏମିତି ହେବ ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ।ଏଭଳି ଦୁଃଖଦ ଘଟଣା ଘଟିଛି ଉମରିୟା ଜିଲ୍ଲା ଛପରୌଡ଼ ଗାଁରେ। ଗଁର ରାମ ସାହିଲ ନାମକ ଜଣେ ଯୁବକ ସକାଳ ସାଢ଼େ ୭ଟା ସମୟରେ ପାୱାର ବ୍ୟାଙ୍କର ମୋବାଇଲ୍ ଚାର୍ଜ କରୁଥିଲେ। ଚାର୍ଜ କରିବା ସମୟରେ ମୋବାଇଲ୍‌ଟିକୁ ସେ ହାତରେ ଧରିଥିଲେ। ଏହି ସମୟରେ ହଠାତ୍ ପାୱାର ବ୍ୟାଙ୍କଟି ଫାଟିଯାଇଥିଲା।ପ୍ରଚଣ୍ଡ ଶବ୍ଦ ଶୁଭିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ବିସ୍ଫୋରଣ ହୋଇଥିବା ଘରକୁ ଆସି ଦେଖଇଲା ବେଳକୁ ଘରର ଛପର ଉଡ଼ିଯିବା ସହିତ ଯୁବକ ଜଣକ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାୱାର ବ୍ୟାଙ୍କରେ ଏମିତି ବିସ୍ଫୋରଣ ଘଟଣା ଶୁଣା ଗାଁରେ ଭୟର ବାତାବରଣ ଖେଳିଯାଇଛି। ତେବେ ସ୍ଥାନୀୟ ବଜାରରୁ କିଣାଯାଇଥିବା ସସ୍ତା ପାୱାର ବ୍ୟାଙ୍କରୁ ବିସ୍ଫୋରଣ ହୋଇଛି ବୋଲି ଶୁଣିବାକୁ ମିଳୁଛି।