୧୧ ସୁଦ୍ଧା ସାରା ରାଜ୍ୟକୁ ଛୁଇଁବ ମୌସୁମୀ

୧୧ ସୁଦ୍ଧା ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୦୭/୦୬: ରାଜ୍ୟରେ ପ୍ରାକ୍ମୌସୁମୀ ବର୍ଷା ଜାରି ରହିବ ସୋମବାର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ତେବେ ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ସେହିପରି ପବନ ବୋହିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଆକଳନ କରିଛି ସେହି ଜିଲ୍ଲାଗୁଡିକ ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍କମିଶନର୍‌(ଏସ୍ଆରସି) ଚିଠି ଲେଖିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ,ଆଜି ଉପରୋକ୍ତ ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ୧୧ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି ଯାହାର ପ୍ରଭାବରେ ବର୍ଷା ହେବା ସହ ମୌସୁମୀର ବି ଆଗମନ ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ସେହିପରି ସୋଆ ଜଳବାୟୁ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ . ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ସକାଳ ସମୟରେ ଖରା ଉପରବେଳାକୁ ବର୍ଷା ହେବାର ସମ୍ଭାବନା ରହିଛି ୧୦ ବେଳକୁ ଲଘୁଚାପ ହୋଇପାରେ ତେବେ ବେଳକୁ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପ୍ରଭାବ ଅନୁଭୂତ ହେବ ୧୧ ସୁଦ୍ଧା ମୌସୁମୀ ସାରା ରାଜ୍ୟ ଛୁଇଁବ ବୋଲି . ସାହୁ ଆକଳନ କରିଛନ୍ତି ରବିବାର ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା୩୦ ମଧ୍ୟରେ ବାଲେଶ୍ୱରରେ ୧୭ ମିଲିମିଟର ବର୍ଷା ହୋଇଥିବା ବେଳେ ବାରିପଦାରେ ୧୮ ମିଲିମିଟର, ନୟାଗଡ଼ରେ ୧୧ ମିଲିମିଟର, ଚାନ୍ଦବାଲିରେ ମିଲିମିଟର ଭୁବନେଶ୍ୱରର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୨୦ ମିଲିମିଟର, ଗୋବିନ୍ଦପୁରରେ ୨୨ ମିଲିମିଟର, ଖରିଆରେ ୧୪ ମିଲିମିଟର, ରାଜଘାଟରେ ୩୧ ମିଲିମିଟର, କୁଚିଣ୍ଡାରେ ୩୦ ମିଲିମିଟର ରାମପୁରରେ ୧୬ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ରେକର୍ଡ କରିଛି