ଜୁନ୍ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ

ଜୁନ୍ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ: କେରଳରେ ମୌସୁମୀ ଆଗମନ ଦୁଇ ଦିନ ବିଳମ୍ବ ଘଟିବାର ସମ୍ଭାବନା ରହିଛି । ଜୁନ ୩ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିାପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ ବିଭାଗ ଅନୁଯାୟୀ, ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପାଗ ଭିଡିବା ଆରମ୍ଭ ହୋଇଯିବ । ଏହାରି ପ୍ରଭାବରେ ରାଜ୍ୟ ମେଘାଚ୍ଛନ ରହିାରେ । ଧିରେ ଧିରେ ବର୍ଷା ବଢିବା ସହ କେରଳରେ ଜୁନ ୩ ସୁଦ୍ଧା ମୌସୁମୀ ପହଞ୍ଚିବାର ଆଶା କରାଯାଉଛି ବୋଲି ପାଣିାଗ ବିଭାଗ କହିଛି । ସ୍କାଇମେଟ୍‌ ତରଫରୁ ମେ ୩୦ରେ କେରଳ ମୌସୁମୀପହଞ୍ଚିବାର ପୂର୍ବାନୁମାନ କରାଯାଇଥିଲା ।ସ୍କାଇମେଟ୍‌ ଅନୁଯାୟୀ, ମୌସୁମୀ ସାଧାରଣ ଗତିଠୁ ଆଗକୁ ବଢୁଛି । ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ମେ ୨୧ରେ ପ୍ରବେଶ କରିବା ପରେ ମୌସୁମୀ କ୍ରମାଗତ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି । ପାଣିାଗ ବିଭାଗ ଅନୁସାରେ,ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ୮୬.୨ ସେମି ବର୍ଷା ହେବାର ଆଶା କରାଯାଉଛି । ମେ ୩୧ ରେ ମୌସୁମୀ କେରଳ ପହଞ୍ଚିବ ବୋଲି ଭାରତୀୟ ପାଣିାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିଲା ।