ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଚଳିତ ବର୍ଷ ରଜ ବେଳକୁ ମୌସୁମୀ ବାୟୁ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର କେରଳ ଛୁଇଁବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ । ଏଣୁ ସ୍ୱାଭାବିକ ଭାବେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାକୁ ଜୁନ୍ ୧୦ରୁ ୧୨ ମଧ୍ୟରେ ମୌସୁମୀ ଆସିଥାଏ । ତେବେ ଚଳିତବର୍ଷ ମୌସୁମୀ ୨ ଦିନ ବିଳମ୍ବରେ କେରଳ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ୨ରୁ ୩ ଦିନ ବିଳମ୍ବ ଅର୍ଥାତ ଜୁନ୍ ୧୪-୧୫ ଆଡ଼କୁ ମୌସୁମୀ ଆସିପାରେ । ସେହିପରି ଚଳିତ ମାସ ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମୌସୁମୀକୁ ଆହୁରି ସକ୍ରିୟ କରିବ ।ଭାରତୀୟ ପାଣିାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ରହିବ । ତେବେ କେନ୍ଦ୍ରୀୟ ଭାରତ, ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ ଏଥର ସ୍ୱାଭାବିକ କିମ୍ବା ଅଧିକ ବର୍ଷା ହେବ । କିନ୍ତୁ ଉତ୍ତର-ପୂର୍ବ ଓ ଉତ୍ତର ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।