କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା ସେପ୍ଟେମ୍ବର ୧୨ରେ ୟୁଜି ନିଟ୍ ପରୀକ୍ଷା ହେବ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା ସେପ୍ଟେମ୍ବର ୧୨ରେ ୟୁଜି ନିଟ୍ ପରୀକ୍ଷା ହେବ

ନୂଆଦିଲ୍ଲୀ, ଜୁଲାଇ ୧୨:ଆସନ୍ତା ସେପ୍ଟେମ୍ୱର ୧୨ରେ ୟୁଜି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ଯୋଗେ ଆଜି ଜଣାଇଛନ୍ତି । କରୋନା କଟକଣା ମଧ୍ୟରେ ସମଗ୍ର ଦେଶରେ ଏହି ପରୀକ୍ଷା କରାଯିବ ବୋଲି ସେ ଜଣାଇଛନ୍ତି ।

ଆସନ୍ତାକାଲି ଅପରାହ୍ନ ୫ଟାରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଶାୟୀ ପରୀକ୍ଷାର୍ଥୀମାନେ ଏନଟିଏ ୱେବ୍‌ସାଇଟ୍‌ରେ ଅନଲାଇନ୍‌ ଆବେଦନ କରି ପାରିବେ।