ଆଜିଠୁ ଶପଥ ନେବେ ନୂଆ ବିଧାୟକ

ଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ଶପଥ ଗ୍ରହଣ ଉତ୍ସବ। ବିଧାନସଭାରେ ପ୍ରୋ-ଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥର ସର୍ବାଧିକ ନୂଆ ବିଧାୟକ ନିର୍ବାଚିତ ହୋଇଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ପ୍ରଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ।