ଦେଶକୁ ଖୁବ୍ ଶୀଘ୍ର ଆସିବ ନୋଭାଭାକ୍ସ ଟିକା, କୋଭିଡ୍ ବିରୋଧରେ ୯୦.୪ ପ୍ରତିଶତ ଫଳପ୍ରଦ

ଦେଶକୁ ଖୁବ୍ ଶୀଘ୍ର ଆସିବ ନୋଭାଭାକ୍ସ ଟିକା, କୋଭିଡ୍ ବିରୋଧରେ ୯୦.୪ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଦିଆଯାଉଥିବା ବେଳେ ଏଥିରେ ଖୁବ୍ ଶୀଘ୍ର ଯୋଡି ହେବାକୁ ଯାଉଛି ନୋଭାଭାକ୍ସ ଟିକା । ଖୁବ୍ ଶୀଘ୍ର ଏହି ଟିକାର ଉତ୍ପାଦନ ଆରମ୍ଭ ହେବ ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି କେ.ପଲ୍ । ନୋଭାଭାକ୍ସ ଟିକା କୋଭିଡ୍ ବିରୋଧରେ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହେବା ପରେ ଏହାର ଉତ୍ପାଦନ ନେଇ ନିଷ୍ପତି ନିଆଯାଇଛି । ଏହି ଟିକାର କ୍ଲିନିକାଲ୍ ଟ୍ରାଏଲ୍ ରେ ସୁଫଳ ମିଳିଛି । ତେଣୁ ଖୁବ୍ ଶୀଘ୍ର ଏହାର ଉତ୍ପାଦନ ଆରମ୍ଭ ହେବ । ଏନେଇ ନୀତିଗତ ନିଷ୍ପତି ପରେ ନୋଭାଭାକ୍ସ ଟିକାରେ ଉତ୍ପାଦନ ଭାରତରେ ଆରମ୍ଭ ହୋଇଯିବ । ଏହାକୁ ସେରମ୍ ଉତ୍ପାଦନ କରିବ । ଏହା ଆମ ଦେଶରେ ଉତ୍ପାଦନ ହେଉଥିବାରୁ ଏହା ବେଶ୍ ଭଲ ଖବର ବୋଲି ମତ ପ୍ରକାଶ କରିଛନ୍ତି ଡାକ୍ତର ଭି କେ.ପଲ୍ ।