ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା

ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର ଆସନ୍ତା ମାସରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ ସେରମ ଇନଷ୍ଟିଚ୍ୟୁଟ୍ପକ୍ଷରୁ କ୍ଲିନିକାଲ ଟ୍ରାଏଲ କରାଯିବ ଶିଶୁ ଏହି ଟିକା ନେବା ପରେ କିପରି ଅନୁଭୂବ କରୁଛନ୍ତି ? ସେମାନଙ୍କ ଶରୀରରେ ଏହାର କିପ୍ରକାର ପ୍ରଭାବ ଦେଖାଦେଉଛି ତାକୁ ଅନୁଧ୍ୟାନ କରାଯିବ ଏହାପୂର୍ବର ଶିଶୁଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲ ଆରମ୍ଭ ହୋଇଛି ସେପଟେ ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିବ କରୋନା ଟିକା କୋଭାଭାକ୍ସ ସେମ୍ବେରରେ ଉପଲବ୍ଧ ହେବା ନେଇ ଆଶା ପ୍ରକାଶ କରିଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ତେବେ ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି ବିଭିନ୍ନ ରାଜ୍ୟରେ ଅନ୍ଲକ୍ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି ଓଡ଼ିଶାରେ ମଧ୍ୟ ଏବେ ଆଂଶିକ ଲକ୍ଡାଉନ୍କରାଯାଇଛି ଦୋକାନ ବଜାର ଖୋଲାଯିବା ସହ କଟକଣା କୋହଳ କରାଯାଇଛି ଏହାସହ ଟିକାକରଣକୁ ସରକାର ବ୍ୟାପକ କରିବାକୁ ଚେଷ୍ଟା ଚଳାଇଛନ୍ତି କେନ୍ଦ୍ର ରାଜ୍ୟ ସରକାର ଉଭୟ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ଅନ୍ୟପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ହେଲେ ସମସ୍ତେ ଟିକା ନେବା ନିହାତି ଭାବେ ଜରୁରୀ ଲୋକ ସଚେତନ ନହେଲେ କରୋନା ତୃତୀୟ ଲହର ଆହୁରି ଭୟଙ୍କର ହୋଇ ଫେରିପାରେ ବିଭିନ୍ନ ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି