ବଢ଼ିବ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା

ବଢ଼ିବ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ଭୁବନେଶ୍ୱରର ପଟିଆ ଓ ଡୁମୁଡୁମାରେ କୋଭିଡ୍ କେୟାର ସେଣ୍ଟର ଖୋଲାଯିବ । ଡୁମୁଡୁମାରେ ୪୫ ଶଯ୍ୟା ଓ ପଟିଆରେ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଓ ୧୫୦ ଶଯ୍ୟା ବିଶିଷ୍ଟ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଖୋଲାଯିବ । ସେହିପରି ସମ୍ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବ । କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଆଗୁଆ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।