ରେକର୍ଡ ଭାଙ୍ଗିଲା ସଂକ୍ରମଣ : ଦିନକରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରେକର୍ଡ ଭାଙ୍ଗିଲା ସଂକ୍ରମଣ : ଦିନକରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୁଣି ରେକର୍ଡ ଭାଙ୍ଗିଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛ। ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୪୭୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୫ ହଜାର ୧୦୧ ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୮୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬କୁ ବୃଦ୍ଧି ପାଇଛି। ଦେଶରେ କରୋନା ଆରୋଗ୍ୟ ହାର ୯୨.୮ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୧ ହଜାର ୮୩୦ରେ ପହଞ୍ଚିଛି। ଯାହା ମୋଟ ଆକ୍ରାନ୍ତ ସଂଖ୍ୟାର ୫.୮୯% । ଇତି ମଧ୍ୟରେ ଦେଶରେ ୨୪ କୋଟି ୯୦ ଲକ୍ଷ ୧୯ ହଜାର ୬୫୭ କରୋନା ନମୂନା ପରୀକ୍ଷା କରାଯାଇଛି।
ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଲୋକଙ୍କୁ ଟିକାଦାନ କରାଯାଇଛି।