ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ଓଡିଶା ସଂସ୍କୃତି ବିଭାଗ କଲେ ଆର୍ଥିକ ସହାୟତା

ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ଓଡିଶା ସଂସ୍କୃତି ବିଭାଗ କଲେ ଆର୍ଥିକ ସହାୟତା

ଭୁବନେଶ୍ୱର: ଓଲିଉଡ୍ ର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର କୋଭିଡ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ବର୍ତ୍ତମାନ ସେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାରତ ଅଛନ୍ତି । ତେବେ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ଥିବାରୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଛି ।ଗତ ୨୭ ଦିନ ହେବ ସେ କୋଭିଡ୍ ରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାର ପକ୍ଷରୁ ଆର୍ଥିକ ସହାୟତା ଲୋଡାଯାଇଥିଲା । ପରିବାର ପକ୍ଷରୁ ତାଙ୍କୁ କୋଲକାତା ଏୟାର ଆମ୍ବୁଲାନ୍ସ କରିବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ସେ ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି ।