ଖଲ୍ଲିକୋଟ– ସୋମବାର ସନ୍ଧ୍ୟାରେ କରୋନା ସଚେତନତା ପାଇଁ ଏନଏସି ଇଓ ରୋନିତ କୁମାର ଓ ତାଙ୍କ କର୍ମଚାରୀ ବଜାରର ବିଭିନ୍ନ ଦୋକାନ ବୁଲିଥିଲେ।ରବୀନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କର ଫଳ ଦୋକାନା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ଆଗରେ ରହିଛି । ସେ ତାଙ୍କ ଦୋକାନାରେ ଡଷ୍ଟବିନ୍ କାହିଁ ବୋଲି କହିଥିଲେ । ଏଥିପାଇଁ ଜଣେ କର୍ମଚାରୀ ୨ ଶହ ଟଙ୍କା ଜରିମାନା ମାଗିଥିଲେ । ମାତ୍ର ରବୀନ୍ଦ୍ର ତାଙ୍କ ନିକଟରେ ଟଙ୍କା ନଥିବା କଥା କହିଥିଲେ । ମାତ୍ର କର୍ମଚାରୀ କିଛି ଶୁଣିବୁ ନାହିଁ କହି ଦୁଇକିଲୋ ଶେଓ ନେଇଯାଇଥିଲେ । ଏହାକୁ ଦୋକାନା ବିରୋଧ କରିଥିଲେ । ଏଥିପାଇଁ ଜରିମାନା ରସିଦ ମଧ୍ୟ ଦେଇଥିଲେ ।ଏହି ଘଟଣା ଜଣା ପଡିବା ପରେ ସେଠାରେ ଥିବା ଅନ୍ୟ ଦୋକାନୀମାନେ ପାଟି ତୁଣ୍ଡ କରିଥିଲେ । ଏ ନେଇ ଦୋକନାମାନେ ଅଭିଯୋଗ କରିଛନ୍ତି । ଯାହା ପାଖରେ ଟଙ୍କା ନଥିବା ଜିନିଷ ନେଇ ଜରିମାନା ଅର୍ଥ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ଘଟଣାକୁ ନେଇ ଗଞ୍ଜାମ ସହରରେ ଚର୍ଚ୍ଚା ଜୋର ଧରିଛି।