କରୋନା ପାଇଁ ଅଲିମ୍ପିକ୍ସ ବାତିଲ କରାଯିବ ନାହିଁ

କରୋନା ପାଇଁ ଅଲିମ୍ପିକ୍ସ ବାତିଲ କରାଯିବ ନାହିଁ

ମହମାରୀ କରୋନା ପାଇଁ ଗତବର୍ଷ ଠାରୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଅନୁଷ୍ଠିତ ହେବ ବୋଲ ଆୟୋଜକମାନେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯେମିତି ହେଲେ ବି ଅଲିମ୍ପିକ୍ସ ଆୟୋଜନ କରାଯିବ ଓ ଏହାକୁ ବାତିଲ କରାଯିବ ନାହିଁ ବୋଲି ଆୟୋଜକ ସଂସ୍ଥା କହିଛି। ଆୟୋଜିକ କମିଟିର ସଭାପତି ସେଇକୋ ହାଶିମୋଟୋ କହିଛନ୍ତି, “ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ବିଷୟକୁ ନେଇ ଚିନ୍ତା କରୁଛନ୍ତି। ଆମେ ମଧ୍ୟ ସବୁ ବିଷୟରେ ଚିନ୍ତା କରୁଛୁ। ହେଲେ ଟୋକିଓ ଅଲିମ୍ପିକ୍ସ କମିଟିର ସଦସ୍ୟମାନେ କ୍ରୀଡ଼ା ବାତିଲ କରିବା ପାଇଁ ଆଦୌ ଚିନ୍ତା କରିନାହାନ୍ତି। ଏହାକୁ ସଫଳତାର ସହ ଆୟୋଜନ କରିବାକୁ ଉଦ୍ୟମ ଜାରି ରହିଛି।” ସୂଚନା ଅନୁସାରେ ଗତବର୍ଷ ଅଲମ୍ପିକ୍ସ ପୂର୍ବରୁ ସମଗ୍ର ଦେଶରେ କରୋନା ମହାମାରୀ ବ୍ୟାପି ଯାଇଥିଲା । ଏନେଇ ମାର୍ଚ୍ଚ ମାସରେ ଆମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ଏକ ବର୍ଷ ପାଇଁ ସ୍ଥଗିତ ହୋଇଥିଲା । ଅନ୍ୟପଟେ ଜୁଲାଇ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି ।