କୋଭିଡ୍ ଡାକ୍ତରଖାନାରୁ ଚମ୍ପଟ୍ ମାରିଲେ ରୋଗୀ

କୋଭିଡ୍ ଡାକ୍ତରଖାନାରୁ ଚମ୍ପଟ୍ ମାରିଲେ ରୋଗୀ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଗତ ଏପ୍ରିଲ୍ ୬ ତାରିଖ ଠାରୁ କୋଭିଡ୍ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । କିନ୍ତୁ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏ ସମ୍ପକରେ ସୂଚନା ଦେଇଛନ୍ତି ଚାନ୍ଦପୁର କୋଭିଡ୍ ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ ଚିନ୍ନାରା । ସୂଚନା ଅନୁଯାୟୀ ଖୋର୍ଦ୍ଧ । ଜିଲ୍ଲ। ବାଣପୁର ଗମ୍ଭାରୀମୁଣ୍ଡାର ପ୍ରଦୀପ୍ତ ଶତପଥି ନାମକ ଜଣେ କରୋନା ସଂକ୍ରମିତ ରୋଗୀ ଚାନ୍ଦପୁର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମେ ୨୦ ତାରିଖ ମଧ୍ୟାହ୍ନ ସମୟରୁ ସେ କେଉଁ ଆଡେ ଫେରାର୍ ହୋଇଯାଇଥିଲେ । ତେଣୁ କୋଭିଡ୍ ଡାକ୍ତରଖାନା ତରଫରୁ ପ୍ରଦୀପ୍ତଙ୍କ ଫେରାର୍ ଘଟଣା ସମ୍ପର୍କରେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିବା କହିଛନ୍ତିାଅପରପକ୍ଷେ ପ୍ରଦୀପ୍ତ ଶତପଥିଙ୍କ ପରିବାର ଚାନ୍ଦପୁର ଆସି ଖୋଜା ଖୋଜି କରୁଥିବା ଡାକ୍ତର ଚିନ୍ନାରା କହିଛନ୍ତି । ଏ ସମ୍ପର୍କରେ ଚାନ୍ଦପୁର ଥାନା ଇନିସ୍ସ୍ପେକ୍ଟର୍ ରଶ୍ମିି ରଞ୍ଜନ ଦାସଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ଡାକ୍ତରଖାନା ତରଫରୁ ଥାନାରେ ଅଭିଯୋଗ ହେଇନାହିଁ ପ୍ରଦୀପ୍ତଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଚାଲିଛି ।