ବାତ୍ୟା ପ୍ରସ୍ତୁତିକୁ ନେଇ ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଉପରେ ଭରସା କଲେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା

ବାତ୍ୟା ପ୍ରସ୍ତୁତିକୁ ନେଇ ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଉପରେ ଭରସା କଲେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର-ଓଡିଶାବାସୀଙ୍କ ସାହାସ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତିକୁ ଦେଶର ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ବେଶ୍ ପ୍ରଶଂସା କରିଛନ୍ତି । ଅନ୍ୟ ଥର ପରି ଓଡ଼ିଶା ସଫଳତାର ସହ ଏହାର ମୁକାବିଲା କରିବ ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଛନ୍ତି। ବାତ୍ୟା ମୁକାବିଲା ଓଡ଼ିଶା ସାରା ବିଶ୍ୱରେ ନିଜ ପ୍ରସ୍ତୁତିକୁ ନେଇ ଏକ ବିଶେଷ ପରିଚୟ ସୃଷ୍ଟି କରିଛି । ବାତ୍ୟା ମୁକାବିଲାରେ ଧନ ଜୀବନ ବଞ୍ଚାଇବା ପାଇଁ କରାଯାଉଥିବା ପ୍ରସ୍ତୁତିକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ଫାଇଲିନ୍ ହେଉ କି ହୁଡ୍ହୁଡ୍, ତିତିଲି କି ଫନି ସବୁକୁ ଓଡିଶା ବେଶ୍ ସଫଳତାର ସହ ମୁକାବିଲା କରିଛି । ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ଏହା ସହ ଓଡିଶାବାସୀ ସ୍ଥାନୀୟ ପ୍ରଶାସନକୁ ସଦାସର୍ବଦା ସହଯୋଗ କରି ଆସିଛନ୍ତି । ବାତ୍ୟା ମୁକାବିଲା ପାଇଁ ବୈଠକ ଏହାର ପୂର୍ବ ପ୍ରସ୍ତୁତି । ତଳିଆ ଏବଂ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା । ବିଦ୍ୟୁତ୍ ସେବା ଯୋଗାଇ ଦେବା ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପରି ସେବା ବେଶ୍ ଦ୍ରୁତ ଗତିରେ କରାଯାଇଥାଏ