ମେ’ ୧୬ ତାରିଖକୁ ଘୁଞ୍ଚିଲା ପିପିଲି ଉପନିର୍ବାଚନ

ମେ’ ୧୬ ତାରିଖକୁ ଘୁଞ୍ଚିଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର ୨୨ ।୪ : ଘୁଞ୍ଚିଲା ପିପିଲି ଉପନିର୍ବାଚନ । ମେ’ ୧୩ ରେ ନିର୍ବାଚନ ହେବକୁ ଥିବାବେଳେ ଏହା ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି । ସେହିପରି ମେ’ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ । ୧୩ ତାରିଖରେ ଇଦି ପଡୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି । ଏନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ।