ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଦିବସ । ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଜଭବନରୁ ବାହାରି ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହେବେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଅଭିଭାଷଣ ରଖିବେ ରାଷ୍ଟ୍ରପତି। ପରେ ସେଠାରେ ଥିବା ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟକୁ ବୁଲି ଦେଖିବେ ।