ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା, ପିଟିସନ ଖାରଜ କଲେ ହାଇକୋର୍ଟ

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା, ପିଟିସନ ଖାରଜ କଲେ ହାଇକୋର୍ଟ

କଟକ ୨୩ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସ୍ଥିତ ବଳଦେବଜୀଉଙ୍କ ରଥଯାତ୍ରା ଲାଗି ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା ଦାୟର ପିଟିସନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ ରାଜ୍ୟର ଆଉ କେତେକ ସ୍ଥାନରେ ରଥଯାତ୍ରା ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଥିଲା ତେବେ ଏହିସବୁ ପିଟିସନର ଶୁଣାଣି କରି ରାଜ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କାୟମ ରଖିଛନ୍ତି ହାଇକୋର୍ଟ ଗତବର୍ଷ ସୁପ୍ରିମକୋର୍ଟ ପୁରୀରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପୁରୀରେ ରଥଯାତ୍ରା ପାଳନ ହେବ ଚଳିତବର୍ଷ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ କରାଯିବ