ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି ତେବେ ଏସଆଇ ପଦବୀ ପାଇଁ ଆବେଦନର ଶେଷ ତାରିଖ ୧୫ ଜୁଲାଇ ୨୦୨୧ ରହିଛି କିନ୍ନରମାନେ ମଧ୍ୟ ଏସଆଇ ପଦବୀ ପାଇଁ ଆବେଦନ କରିପାରିବେ ଏସଆଇ ପଦବୀ ପାଇଁ ଅନଲାଇନରେ ପରୀକ୍ଷା ହେବ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ପରୀକ୍ଷା ହେବ ବୋଲି କୁହାଯାଇଛି ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ ଏସଆଇ କାମ କରିବେ ଏଥିପାଇଁ କେବଳ ଲିଖିତ ପରୀକ୍ଷା ହେବ, କୌଣସି ମୌଖିକ ପରୀକ୍ଷା ହେବନାହିଁ ଏନେଇ ଏଡିଜେ ଆଇନ ଶୃଙ୍ଖଳା ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି