ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି

ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି। ପ୍ରଶ୍ନକାଳ ବାତିଲକୁ ନେଇ ଗୃହରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ଏହାଦ୍ୱାରା ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଏହା ନିନ୍ଦନୀୟ। କରନା ମହାମାରୀ ପ୍ରସଙ୍ଗ ମଧ୍ୟ ଉଠାଇଲେ ନରସିଂହ। କରନା ପରିଚାଳନା ରେ ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ନରସିଂହ।ଆଜି ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ। କରନା ମହାମାରୀ ପରିଚାଳନାରେ ସମ୍ପୂର୍ଣ ବିଫଳତା ଏବଂ ଆନୁସଙ୍ଗିକବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ବନ୍ଧରେ ଦିଆଯାଇଛି lଵାଚସ୍ପତି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଗୃହରେ ଉତ୍ତର ରଖିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଅନ୍ୟପଟେ ଆଜି ବି ଓଡିଶା ବିଶ୍ୱ ବିଦ୍ୟାଳୟସଂଶୋଧନ ବିଲ 2020କୁ ନେଇ ଗୃହ ପୁଣି ଥରେ ସରଗରମ ରହିପାରେl ଗତକାଲି ମଧ୍ୟ ବିଲ ଉପସ୍ଥାପିତ ବେଳେ ଜୋରଦାର ହଟଗୋଳ ହୋଇଥିଲା lବିଲ କପି କୁ ଗୃହରେ ଚିରି ଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତିl ଆଜି ଏହି ବିଲ କୁ ପାରିତ କରେଇବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଗୃହ କାର୍ଯ୍ୟ ଆରମ୍ଭର ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ନାହିଁ। ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ। ଜଣେ ଲେଖାଏଁ ସଦସ୍ୟ ୭ ରୁ ୮ ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ।

କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଘଟଣାର ତଦନ୍ତ ହେଲାନାହିଁ। କିନ୍ତୁ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରାଗଲା। ଘଟଣାର ଅନୁସନ୍ଧାନ କରନ୍ତୁ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଲିଖିତ ପ୍ରଶ୍ନ ନ ମାଗିବାରୁ କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା। ଏହା ପରମ୍ପରା ବିରୋଧୀ। ବିଲ ଭଳି ବିଷୟକୁ ସଂଗେ ସଂଗେ ପାସ କରିବାକୁ ନାପସନ୍ଦ କଲେ ବିରୋଧୀ ଦଳ ନେତା। ପ୍ରବାସୀ ଶ୍ରମିକଙ୍କ କଥା ଉଠାଇଲେ ବିରୋଧୀ ଦଳ ନେତା। ତାଙ୍କୁ ରାଜ୍ୟରେ ସରକାର ରଖିପାରିଲେନି। କାମ ଦେଇପାରିଲେନି। ବାହାର କମ୍ପାନୀ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କଥା। କିନ୍ତୁ ମିଳୁନି। ଓଡ଼ିଶାରେ ପ୍ଲାଷ୍ଟିକ କାରଖାନା ଟିଏ ନାହିଁ। ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।କର୍ମ ସଂସ୍ଥାନ ଯୋଗେଇବାରେ ସରକାର ଫେଲ।

ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବ୍ୟାପକ ଦୁର୍ନୀତି, କରନା ସ୍ଥିତି ବିଗିଡିବା,ଡ୍ରଗସ ମାଫିଆ ସକ୍ରିୟ,ବେକାରୀ ଓ ଦାଦନ ସମସ୍ୟା ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର।