କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ, ୮|୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଲ୍ଲୀ ଏମସ୍ ରେ ନେଇଛନ୍ତି । ଏହାପୁର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ । ଏନେଇ ସେ ଆଜି ଟୁଇଟ୍ କରି ସୁଚନା ଦେଇଛନ୍ତି । ଏଥିସହ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, କୋ-ୱିନ୍ ଆପ୍ ରେ ପଞ୍ଜୀକରଣ କରି ଟିକା ନିଅନ୍ତୁ । କାରଣ ଟିକାକରଣ ହେଉଛି ଗୋଟିଏ ରାସ୍ତା, ଯଦ୍ୱାରା କରୋନା ଭୁତାଣୁ କୁ ହରାଯାଇ ପାରିବ ।