ବାତ୍ୟା ଯୋଗୁଁ ଭୀଷଣ ବର୍ଷା ହେବାରୁ ବୁଡିଗଲା ଜାହାଜ ୧୭୧ ନିଖୋଜ

ବାତ୍ୟା ଯୋଗୁଁ ଭୀଷଣ ବର୍ଷା ହେବାରୁ ବୁଡିଗଲା ଜାହାଜ ୧୭୧ ନିଖୋଜ

ମୁମ୍ବାଇ :  ମୁମ୍ବାଇରେ ବାତ୍ୟା ଯୋଗୁଁ ଭୀଷଣ ବର୍ଷା ହେବାରୁ ଗୋଟିଏ ଜାହାଜ ବୁଡିଯାଇଛି ସେଥିରେ ମୋଟ ୨୭୩ ଜଣ ଲୋକ ରହିଥିବା ବେଳେ ୧୭୧ ଲୋକ ନିଖୋଜ ଅଛନ୍ତି ଏବଂ ୧୪୬ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବର୍ତ୍ତମାନ ରେସ୍କସ୍କୁ ଅପରେସନ୍ ଜାରି ରହିଛି ତେବେ ଏହି ଉଦ୍ଧାର କାର୍ଯ୍ୟରେ ଆଇଏନଏସ୍ କୋଚ୍ଚି ଏବଂ ଆଇଏନଏସ୍ କୋଲକତାକୁ ନିୟୋଜିତ କରାଯାଇଛି ହେଲେ ସମୁଦ୍ରରେ ଉଚ୍ଚ ଲହରୀ ଉଠୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି ହେଉଛି ସୁଚନାଯୋଗ୍ୟ, ଗୁଜୁରାଟରେ ଲ୍ୟାଣ୍ଡଫଲ୍ ପରେ ବାତ୍ୟା ତାଉକ୍ତେ ଦୁର୍ବଳ ହୋଇଯାଇଛି କିନ୍ତୁ ଗୁଜୁରାଟରେ ଭୀଷଣ ବର୍ଷା ଜାରି ରହିଛି ଯାହା ଫଳରେ କିଛି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି ବର୍ତ୍ତମାନ ସୁଦ୍ଧା ଏଥିରେ ୧୬ ଜଣଙ୍କ ଜୀବନ ଚାଲି ଯାଇଛି ତେବେ ମହାରାଷ୍ଟ୍ରରେ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ସେଠାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି ଏହା ପୁର୍ବରୁ କର୍ଣ୍ଣାଟକ ଏବଂ ଗୋଆରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଗୁଜୁରାଟରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ ଗତକାଲି ଗୁଜୁରାଟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୯୦ କିଲୋମିଟର୍ ରହିଥିଲା ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ୍ ସରୋବରାହ ବନ୍ଦ ହୋଇ ଯାଇଥିଲା