ଟିକା ନନେଲେ ଦୋକାନ ବନ୍ଦ

ଟିକା ନନେଲେ ଦୋକାନ ବନ୍ଦ

ଭୁବନେଶ୍ୱର: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଦୋକାନୀଙ୍କ ପାଇଁ ନୂଆ ନିୟମ ଆଣିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଣିକି ଟିକା ନନେଲେ ଦୋକାନ ବନ୍ଦ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଟିକା ନେବା ପରେ ତାହାର ପ୍ରମାଣ ପତ୍ର ମଧ୍ୟ ଦୋକାନ ସମ୍ମୁଖରେ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ତେବେ ଟିକା ନ ନେଇଥିଲେ ବା ଟିକା ନେଇ ପ୍ରମାଣ ପତ୍ର ଦୋକାନ ସମ୍ମୁଖରେ ନମାରିଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଳାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ । ଜିଲ୍ଲାରେ ୨୬,୩୮,୧୩୨ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ବ୍ଲକ ପିଛା ଦୈନିକ ପାଖାପାଖି ୧୨୦୦ ଜଣ ଯେପରି ଟିକା ଗହଣ କରିବେ ସେହି ଅନୁସାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।